ବିନିକାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଜବତ

ସୁବର୍ଣ୍ଣପୁର: ବିନିକା ସହର ନୁଆବଜାର ଠାରେ ଆଜି ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଛି । ଏସବୁ ରାୟପୁରରୁ ସୋନପୁର ଆସୁଥିବା ସମୟରେ ଧରାପଡିଥିଲା । ତେବେ ଏଫମଶି କୀଟନାଶକ କମ୍ପାନୀର କର୍ମଚାରୀମାନେ ଭେଜାଲ ଔଷଧ ଭାବି ଟ୍ରକଟିକୁ ଅଟକାଇଥିଲେ l ଟ୍ରକଟି ଅଟକିବା ପରେ ଡ୍ରାଇଭର କେତେ ପରିମାଣର କୀଟନାଶକ ଔଷଧ ରହିଛି କେଉଁଠୁ ଆସୁଥିଲା । ଏ ନେଇ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ l ଫଳରେ କମ୍ପାନୀର କର୍ମଚାରୀ ଟ୍ରକଟିକୁ ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.