ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟ୍ରିପଲ୍‌ ଜମ୍ପରେ ଭାରତକୁ ବିରଳ ୧-୨, ଏଲ୍ଡୋସ ପଲ୍ସ ଜିତିଲେ ସ୍ବର୍ଣ୍ଣ, ଅବଦୁଲ୍ଲାଙ୍କୁ ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରିପଲ୍‌ ଜମ୍ପ ଇଭେଣ୍ଟରେ ଭାରତ ବିରଳ ୧-୨ ହାସଲ କରିଛି। ଏହି ଇଭେଣ୍ଟ୍‌ରେ ଭାରତର ଏଲ୍ଡୋସ ପଲ୍ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅବଦୁଲ୍ଲା ଆବୋବାକର ରୌପ୍ୟ ପଦକ ହାତେଇଛନ୍ତି । ଏହି ଇଭେଣ୍ଟ୍‌ରେ ଆଉ ଜଣେ ଭାରତୀୟ ପ୍ରତିଯୋଗୀତ ପ୍ରବୀଣ ଚିତ୍ରାଭେଲ ଚତୁର୍ଥ ସ୍ଥାନରେ ରହିଥିଲେ ।

ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟର ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏଲ୍ଡୋସ ପଲ୍ ୧୭.୩ ମିଟର ଜମ୍ପ୍‌ ସହ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ନିଶ୍ଚିତ କରିଥିଲେ । ଅନ୍ୟପକ୍ଷରେ ଅବଦୁଲ୍ଲା ଅବୁବାକ ୧୭.୩ ମିଟର ଜମ୍ପ୍‌ ସହ ରୌପ୍ୟ ପଦକ ହାସଲ କରିଛନ୍ତି ।

Comments are closed.