ବରଗଡ଼ ବିଜେଡି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼: ବରଗଡ଼ ଜିଲ୍ଲା ଓଡ଼ିଶା ମୋ ପରିବାର,ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବରଗଡ଼ ବ୍ଲକ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଶିବିରକୁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡ଼ିଆ ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୩୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହି ଶିବିରରେ ଜୀବନ ବିନ୍ଦୁର ଅଶ୍ବିନୀ ତ୍ରିପାଠୀ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ପୈାର ପରିଷଦ ବରଗଡ଼ର ଅଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.