ହୀରାକୁଦ ଜଳଭଣ୍ଡାରରେ ବୁଡି ଦୁଇ ଏମସିଏଲ୍ ଅଧିକାରୀ ନିଖୋଜ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ବୁଡି ଦୁଇଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଏବଂ ବୁର୍ଲ। ପୁଲିସ ମିଳିତ ଭାବେ ପ୍ରୟାସ ଚଲାଇଥିଲେ ହେଁ କୌଣସି ପତ୍ତା ମିଳିନାହିଁ। ନିଖୋଜ ଉଭୟେ ଏମସିଏଲର ଅଧିକାରୀ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଏମ୍ଏଲ୍ ମୁଖ୍ୟାଳୟର ପ୍ରାୟ 5 ଜଣ ଅଧିକାରୀ ଗାଧୋଇବା ପାଇଁ ବୁର୍ଲ। ଥାନା ଅନ୍ତର୍ଗତ ହୀରାକୁଦ ବନ୍ଧ ସଂଲଗ୍ନ ଝାଙ୍କରାଣୀ ମନ୍ଦିର ନିକଟକୁ ଯାଇଥିଲେ। ଜଳଭଣ୍ଡାରରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ପାଣି ଭିତରେ ବୁଡିଯାଇଥିଲେ। ତେବେ, ନିକଟରେ ଥିବା ଏକ ବୋଟ୍ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପତ୍ତା ମିଳିନାହିଁ। ନିଖୋଜ ଦୁଇଜଣ ହେଲେ ଏମ୍.ସି.ଏଲ୍ ର ମାଇନିଂ ମ୍ୟାନେଜର୍ ମହେଶ ଚିଟୁରୀ ଏବଂ ଏସ୍କାଭେସନ୍ ମ୍ୟାନେଜର ଅଭିଷେକ କୁମାର ବୋଲି ଜଣାପଡିଛି। ସେହିପରି ଉଦ୍ଧାର ହୋଇଥିବା ମ୍ୟାନେଜର ହେଲେ ଅଭିନେଶ ରଏ (30)। ଖବର ପାଇ ତୁରନ୍ତ ବୁର୍ଲ। ପୁଲିସ ସମେତ ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ହେଲେ ରାତିର ଅନ୍ଧକାର ମଧ୍ୟରେ ଉଦ୍ଧାର ସର୍ଚ୍ଚ ଅପରେସନ୍ ସମ୍ଭବପର ନ ହେବାରୁ ବନ୍ଦ କରିବାକୁ ପଡିଛି।

Comments are closed.