ହୀରାକୁଦର ୫ ଗେଟ୍ ଖୋଲିଲା, ପଶୁଛି ୩ ଲକ୍ଷ କ୍ୟୁସେକ ଜଳ

ସମ୍ବଲପୁର: ହୀରାକୁଦର ଆଜି ପ୍ରଥମ ପର୍ଯ୍ୟାୟରେ ୫ ଟି ଗେଟ୍ ଖୋଲିଛି। ସନ୍ଧ୍ୟା ସୁଦ୍ଧା ଆଉ ୫ ଗେଟ୍ ଖୋଲିବ। ଜଳଭଣ୍ଡାରକୁ ବର୍ତ୍ତମାନ ୨ ଲକ୍ଷ ୯୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫ଟି ସ୍ପିଲୱେ ସମେତ ପାୱାର୍ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ୧ ଲକ୍ଷ ୧୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଅପରପକ୍ଷେ, ହୀରାକୁଦର ଜଳସ୍ତର ଦିନ ଗୋଟାଏ ସୁଦ୍ଧା ୬୧୨. ୬୨ ଫୁଟ ଥିବା ଜଣାପଡିଛି।

Comments are closed.