ଲଘୁଚାପ ପ୍ରଭାବ : ଗତ ୨୪ ଘଣ୍ଟାରେ ଏରସମାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର – ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଅବପାତରେ ପରିଣତ ହେବା ପରେ ଏହା ଦୁର୍ବଳ ହେବ। ଆସନ୍ତା ୨୪ ଘଣ୍ଟା ଯାଏଁ ଲଗାଣ ବର୍ଷା, ବନ୍ୟା ଆଶଙ୍କା ରହିଛି ।

୧୦ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିମି ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏରସମାଠାରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ର ହେମଗିରି ଠାରେ ୨୧୦.୪ ମିମି, ପୁରୀ ଅସ୍ତରଙ୍ଗ ଠାରେ ୧୬୮ମିମି ଓ ପୁରୀ ସହରରେ ୯୪ ମିମି ରେକର୍ଡ ହୋଇଛି ସେହିପରି ସମ୍ବଲପୁର ୧୪୬ , ହୀରାକୁଦ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରି ରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି ।

Comments are closed.