ଲଗାଣ ବର୍ଷାରେ ବେହାଲ ବରଗଡ : ବିଭିନ୍ନ ଗାଁରେ ପଶିଲା ବନ୍ୟା ଜଳ | News Room Odisha

ଲଗାଣ ବର୍ଷାରେ ବେହାଲ ବରଗଡ : ବିଭିନ୍ନ ଗାଁରେ ପଶିଲା ବନ୍ୟା ଜଳ

ବରଗଡ : ବରଗଡ଼ରେ ଗତ ତିନିଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିଚାଲିଥିବା ବେଳେ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି , ଘୁଘୁରାପାଲି, ବାରଙ୍ଗକୋଟ ଓ ବେନିଆପାଲି ଗାଁ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟାପାଣିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ରହିଥିବା ବେଳେ ଘରେ ଘରେ ପାଣି ପ୍ରବେଶ କରୁଛି । ଗ୍ରାମବାସୀ ବର୍ତ୍ତମାନ ଗାଁ ଛାଡି ନିଜ ଗୃହ ପାଳିତ ପଶୁଙ୍କୁ ନେଇ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜଳଭଣ୍ଡାରର ଜଳସ୍ତର ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ସମୁଦାୟ ୩୪ଟି ଗେଟ ଖୋଲିଥିଲେ ମଧ୍ୟ ଛାତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଆହୁରି ବଢିବା ସହ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।