ବନ୍ୟା ପରିଚାଳନାରେ ସହଯୋଗ କରୁନି ଛତିଶଗଡ଼ : ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏଣେ ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେ ଆଲୋଚନାକୁ ଆସୁନାହାନ୍ତି ଛତିଶଗଡ଼ ସରକାର । କରୋନା ପାଇଁ ୩ ବର୍ଷ ହେବ ସମନ୍ଵୟ ବୈଠକ ହୋଇପାରିନଥିଲା। ଚଳିତ ବର୍ଷ ବୈଠକ ଡକାଯାଇଥିଲେ ବି କେହି ଆସିନଥିଲେ । ବର୍ତମାନ ସୁଦ୍ଧା ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ଦେଇନାହାନ୍ତି । ଯେଉଁ ଲୋକମାନେ ଉପର ମୁଣ୍ଡରେ ଅଛନ୍ତି ତାଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ତାହା ନିର୍ଦ୍ଧାରଣ କରାଯାଉଛି ବୋଲି ବିଜୟ କହିଛନ୍ତି।

Comments are closed.