ଆଜି ଲୋକାର୍ପିତ ହେବ ଜଳସ‍ଂପଦ ବିଭାଗର ନୂଆ ପୋର୍ଟାଲ

ଭୁବନେଶ୍ୱର -ଆଜି ଲୋକାର୍ପିତ ହେବ ଜଳସଂପଦ ବିଭାଗର ତଥ୍ୟ ସମ୍ବଳିତ ନୂଆ ପୋର୍ଟାଲ । ଗୋଟିଏ କ୍ଲିକରେ ମିଳିବ ଜଳ ସଂପଦ ବିଭାଗର ସମସ୍ତ ତଥ୍ୟ । ପୋର୍ଟାଲରେ ମିଳିବ ବନ୍ୟା, ବନ୍ୟା ପରେ ଚାଷ ଓ ଶସ୍ୟ ଓ ଜଳକର ବାବଦରେ ସମସ୍ତ ସୂଚନା । ODISHA 4K GEO. IN ଲଗଇନ୍ କରି ସମସ୍ତ ସୂଚନା ପାଇପାରିବେ ଜନସାଧାରଣ । ଏହା ସହିତ ଓଡ଼ିଶା ଆଣ୍ଡ୍ରଏଡ ମୋବାଇଲରେ ଚେକ୍ ଡ୍ୟାମ ଆପ ସହାୟତାରେ ସମସ୍ତ ତଥ୍ୟ ମିଳିପାରିବ ।

ରାଜ୍ୟର କେଉଁ ନଦୀ ଉପରେ କେଉଁଠି ବ୍ୟାରେଜ୍ ଅଛି? କାହାର ଜଳସେଚନ କ୍ଷମତା କେତେ? କେତୋଟି କାର୍ଯ୍ୟକ୍ଷମ ଅଛି? ବ୍ୟାରେଜରୁ କେନାଲ ଦେଇ ପାଣି ଯିବାରେ ସମସ୍ୟା ଅଛି କି? ବିଲରେ ପାଣି ପହଞ୍ଚିବାରେ ଅଛି କ’ଣ ସମସ୍ୟା ? ଡ୍ୟାମର ସ୍ଥିତି କିପରି ଅଛି? କେଉଁ ଜାଗାରେ ଦୁର୍ବଳ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ସାଧାରଣ ଲୋକ ଗୋଟିଏ କ୍ଲିକରେ ଜାଣିପାରିବେ । ଜଳସମ୍ପଦ ବିଭାଗ ରାଜ୍ୟର ସମସ୍ତ ଡ୍ୟାମ୍, କେନାଲ ଓ ପୋଖରୀର ଜିଓ ଟ୍ୟାଗିଂ କରାଯାଇଛି ।

Comments are closed.