ରାଜ୍ୟରେ ବନ୍ୟା ସ୍ଥିତି: ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ଏସଆରସି

ଭୁବନେଶ୍ୱର- ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ଆସିଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏସଆରସି । ବନ୍ୟାର ଏପରି ସ୍ଥିତି ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ କରାଯାଇଛି । ବର୍ତ୍ତମାନ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ମୁଣ୍ଡଳୀରେ ଯାଉଛି ଯାହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମରୁ ଅଧିକ ଗେଟ ଖୋଲିବା ପରେ ବି ମୁଣ୍ଡଳୀ ଠାରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରାଯିବ । ପାଣି ସହିତ ନ ଖେଳିବା ସହ ପାଣି ପାଖରେ ସେଲଫି ନନେବାକୁ ବନ୍ୟା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି ଏସଆରସି । ବନ୍ୟା ମୁକାବିଲା ଦାୟିତ୍ୱରେ ସରକାରୀ କର୍ମଚାରୀ ନିୟୋଜିତ ହୋଇପାରିବେ । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି, ସେଥିପାଇଁ ଲୋକ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଏସଆରସି । କେନ୍ଦ୍ରାପଡା, ଯାଜପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୋକେ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି ।

Comments are closed.