ନୂଆଁଖାଇ ଛୁଟି ଘୋଷଣା ପରେ ପଶ୍ଚିମ ଓଡିଶାରେ ଖୁସିର ଲହରୀ

ସମ୍ବଲପୁର : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଦିନ ଛୁଟି ଘୋଷଣା କରିବାକୁ ସବୁ ମହଲରୁ ଦାବି ହୋଇଆସୁଥିଲା। ଆଉ ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ନୂଆଁଖାଇରେ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ସଂସ୍ଥା ଛୁଟି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଆଜି ସମଗ୍ର ପଶ୍ଚିମ ଓଡିଶାରେ ଖୁସିର ଲହରୀ ଖେଳିଯାଇଛି।

ନୂଆଁଖାଇରେ ସାରା ପଶ୍ଚିମ ଓଡିଶାବାସୀ ପ୍ରତି ପରିବାରରେ ଏକାଠି ହୋଇ ନୂଆଁ ଖାଇଥାନ୍ତି। ଏଥିପାଇଁ ଦୂର ଦୁରାନ୍ତରେ ଥିବା ପରିବାର ସଦସ୍ୟ ଆସି ସାମିଲ ହୋଇଥାନ୍ତି। ଏଥିପାଇଁ ପୂର୍ବରୁ ଆଞ୍ଚଳିକ ଛୁଟି ହେଉଥିବା ବେଳେ କିଛି ବର୍ଷ ହେଲା ତାରା ବନ୍ଦ ହୋଇଯାଇଥିଲା। ଆଉ ବ୍ୟାଙ୍କ ଗୁଡିକ ଖୋଲା ରହୁଥିଲା। ଏଭଳି ସ୍ଥିତିରେ ନୂଆଁଖାଇ ପାଇଁ 2 ଦିନ ଛୁଟି ଘୋଷଣା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟର ଧାରା ଅନୁଯାୟୀ ନୂଆଁଖାଇ ଦିନ ସେପଟେମ୍ବର 1 ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହା ଜଣାପଡିବା ପରେ ବ୍ୟାଙ୍କରରେ କାର୍ଯ୍ୟରତ ପଶ୍ଚିମ ଓଡିଶାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Comments are closed.