ଝାରସୁଗୁଡ଼ା ପରେ ସମ୍ବଲପୁର ଓ ବରଗଡରେ ଦୁଇଦିନ ନୂଆଁଖାଇ ଛୁଟି ଘୋଷଣା

ସମ୍ବଲପୁର: ଆଜି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ନୂଆଁଖାଇର ପରଦିନକୁ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରଥମେ ଆରଡିସିଙ୍କ ସୁପାରିଶରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଥିବା ବେଳେ ଅପରାହ୍ନରେ ସମ୍ବଲପୁର ଓ ବରଗଡ ଜିଲ୍ଲାରେ ମଧ୍ଯ ୨ ତାରିଖ ଆଞ୍ଚଳିକ ଛୁଟି ଘୋଷଣା କରାଯାଇଛି।

ନୂଆଁଖାଇ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବା ବେଳେ ବର୍ତ୍ତମାନ ଆରଡିସିଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ପରଦିନକୁ ବି ଆରଡିସିଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନୂଆଁଖାଇ ପରଦିନକୁ ମଧ୍ଯ ଆଞ୍ଚଳିକ ଛୁଟି ଘୋଷଣା କରିଛନ୍ତି। ଆରଡିସିଙ୍କ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ୨ ତାରିଖକୁ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଓ ବରଗଡ ଜିଲ୍ଲା ପାଇଁ ବି ଆଉ ଏକ ନିର୍ଦ୍ଦେଶନାମାରେ ୨ ତାରିଖ ଛୁଟି ଘୋଷଣା କରାଯାଇଛି।
ଫଳରେ ଏହି ତିନି ଜିଲ୍ଲାବାସୀ ଦୁଇଦିନ ନୂଆଁଖାଇ ଛୁଟି ପାଇବେ। ନୂଆଁଖାଇରେ ସାମିଲ ହେବାକୁ ଆସୁଥିବା ପରିବାର ସଦସ୍ୟଙ୍କ ସୁବିଧା ଦୃଷ୍ଟିରୁ ଦୁଇଦିନ ନୂଆଁଖାଇ ଛୁଟି କରିବାକୁ ସବୁ ମହଲରୁ ଦାବି ହୋଇଆସୁଥିଲା। ଫଳରେ ଗତକାଲି ରାଜ୍ଯ ସରକାର ନେଗୋସିଏବୁଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ବଳରେ ନୂଆଁଖାଇକୁ ଛୁଟି ଘୋଷଣା କରିଥିଲେ। ଏବେ ଆରଡିସିଙ୍କ ସୁପାରିଶରେ ଝାରସୁଗୁଡ଼ା ସମେତ ସମ୍ବଲପୁର ଓ ବରଗଡ ଜିଲ୍ଲାକୁ ନୂଆଁଖାଇ ପରଦିନ ୨ ତାରିଖକୁ ବି ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.