ଭୁବନେଶ୍ୱର – ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇରେ ଆଜି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ କାଳିଆ ସହାୟତା । ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୮୬୯ କୋଟି ଟଙ୍କା । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ଅଷ୍ଟମ ଥର ପାଇଁ ରାଜ୍ୟ ସରକାର କାଳିଆ ଯୋଜନାରେ ଅର୍ଥ ପ୍ରଦାନ କରିବେ।
ବର୍ଷକୁ ଦୁଇଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ଦିଆଯାଉଛି । କାଳିଆ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି । ଏହି ଯୋଜନା ଦେଶ ପାଇଁ ରୋଲ୍ ମଡେଲ ସାଜିଛି । ରାଜ୍ୟ ସରକାର କାଳିଆ ଯୋଜନା ସହ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ, ନୂଆ କୃଷିନୀତି ଓ ସ୍ବତନ୍ତ୍ର କୃଷି ବଜେଟ୍ କରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିଛନ୍ତି । ୨୦୧୮-୧୯ରୁ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି।
Comments are closed.