ଏସଆଇଙ୍କ ଉପରେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ହିଁ ମୃତ୍ୟୁ

ନୂଆପଡ଼ା – ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଆଜି କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଏସ୍‌ଆଇ ଜଣଙ୍କ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ।ସୁଧାଂଶୁ ପରିବାର ସହ ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲା। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଗୋଟମା ଛକରେ ଏକ କୋଇଲା ବୋଝେଇ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏସ୍‌ଆଇ ତଳେ ଛିଟିକି ପଡ଼ିଯାଇଥିଲେ। ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଟ୍ରକ୍‌କୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ସୁଧାଂଶୁ କନଷ୍ଟେବଳ ଥିଲେ। କିଛି ଦିନ ତଳେ ତାଙ୍କର ପଦୋନ୍ନତି ହୋଇଥିଲା।

Comments are closed.