ରାଜ୍ୟରେ ୧୭୯ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୯ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୩୦ ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୦୫ ଓ ସ୍ଥାନୀୟ ଅଞ୍ଚଳରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵରରୁ ୪,ବରଗଡ଼ରୁ ୪, ଭଦ୍ରକରୁ ୧, ବଲାଙ୍ଗିରରୁ ୨, ବୈ।ଦ୍ଧରୁ ୧, କଟକରୁ ୮, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୪, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୪, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୩୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୬, ରାୟଗଡ଼ାରୁ ୩, ସମ୍ବଲପୁରରୁ ୪, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୨୭ ଓ ଷ୍ଟେଟ ପୁଲରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୭୨୩ ରହିଛି।

Comments are closed.