ନେଦରଲ୍ୟାଣ୍ଡରେ ଜମିଲା ନୂଆଁଖାଇର ଆସର | News Room Odisha

ନେଦରଲ୍ୟାଣ୍ଡରେ ଜମିଲା ନୂଆଁଖାଇର ଆସର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ମହକ ଦରିଆପାରି ନେଦରଲ୍ୟାଣ୍ଡରେ ଚହଟି ଯାଇଛି। ନେଦରଲ୍ୟାଣ୍ଡ ରେ ରହୁଥିବା ପଶ୍ଚିମ ଓଡ଼ିଶାର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ଆମଷ୍ଟଲଭିନ୍ ସହରରେ ଗତ ୩ ସେପ୍ଟେମ୍ବର୍ ଦିନ “ଆମର୍ ପରବ୍ ଆମର୍ ଗରବ୍” – ‘ନୂଆଁଖାଇ ଭେଟ୍-ଘାଟ୍’ କାର୍ଯ୍ୟକ୍ରମ ବଡ ଧୂମଧାମ ରେ ପାଳନ କରାଯାଇଅଛି । Western Odisha Community in Netherlands “ମୁହୁରୀ” ଦ୍ଵାରା ଏହାକୁ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ନେଦରଲ୍ୟାଣ୍ଡ ର ବିଭିନ୍ନ ଅଂଚଳ ରେ ରହୁଥିବା ପଶ୍ଚିମ ଓଡିଶା ପରିବାର ଯୋଗଦାନ କରି ବହୁତ ଆଡ଼ମ୍ବର ରେ ନୁଆଁଖାଇ ଭେଟ୍-ଘାଟ୍ ପାଳନ ହୋଇଥିଲା। ମା ସମଲେଶ୍ବରୀ ଙ୍କ ପୂଜାର୍ଚ୍ଚନା କରି, ନୂଆଁ ଅନ୍ନ ଭୋଗ ଲଗାଇବା ପରେ ନବାନ୍ନ ଭକ୍ଷଣ ଆଉ ତାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ, ସମ୍ବଲପୁରୀ ଗୀତ ଓ ନୃତ୍ୟ, କବିତା, ଚିତ୍ରକଳା ପ୍ରଦର୍ଶନ,ସାଏରି, ଫେସନ୍ ଶୋ, ଡ଼ିଜେ ଇତ୍ୟାଦି ରେ ମଞ୍ଚ ରଂଗାରଂଗ ହେଇଥିଲା । ଏହା ସହିତ ଆମର ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକାର ର ସ୍ୱାଦିଷ୍ଟ ବ୍ୟଞ୍ଜନ ର ଆସର ଜମିଥିଲା। ଏହି ଅବସରରେ କଳା ସଂସ୍କୃତି ସହ ଜଡ଼ିତ ପଶ୍ଚିମ ଓଡିଶା ର କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସାଧୁବାଦ ଜ୍ଞାପନ କରିଛନ୍ତି।ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ଆହୁରି ଭଲ ଭାବରେ ପାଳନ କରାଯିବାକୁ ନେଦରଲ୍ୟାଣ୍ଡ ” ମୁହୁରି “ପରିବାର ଦ୍ୱାରା ଯୋଜନା କରା ଯାଉଅଛି l