ରାଉରକେଲାରେ ଜାଲ ନୋଟ୍ ଜବତ, ଜଣେ ଗିରଫ | News Room Odisha

ରାଉରକେଲାରେ ଜାଲ ନୋଟ୍ ଜବତ, ଜଣେ ଗିରଫ

ରାଉରକେଲା – ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ ରାଉରକେଲାରୁ ଧରାପଡିଛି । ରାଜ୍ୟ ଏସଟିଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର କ୍ୱାର୍ଟରରୁ ଗିରଫ କରିଛି। ତା’ଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କା ଜାଲ ନୋଟ ଜବତ କରାଯାଇଛି। ଏହାଛଡା ଲାପଟପ, କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶେଖ ଅହମ୍ମଦ ଏଠାରେ ବହୁଦିନ ଧରି ଜାଲ ନୋଟ କାରବାର କରୁଥିବା ସୂଚନା ଟାସ୍କ ଫୋର୍ସ ପାଇବା ପରେ ଚଢ଼ାଉ କରାଯାଇଥିଲା। ଗିରଫ ଶେଖ ଅହମ୍ମଦ ଦିଲ୍ଲୀ ବଦରପୁର ବାସିନ୍ଦା ବୋଲି ଜଣାପଡିଛି ।