ରାଜ୍ୟରେ ୧୯୯ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ବାଲେଶ୍ଵରରୁ ୭,ବରଗଡରୁ ୮, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, କଟକରୁ ୧୬, ଦେବଗଡ଼ରୁ ୨, ଗଜପତିରୁ ୩, ଗଞ୍ଜାମରୁ ୫ , ଜଗତସିଂହପୁରରୁ ୩, ଯାଜପୁରରୁ ୪, କେନ୍ଦୁଝରରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୩୯, କୋରାପୁଟରୁ ୧, ମୟୂରଭଞ୍ଜରୁ ୭, ନବରଙ୍ଗପୁରରୁ ୪, ନୟାଗଡରୁ ୯, ନୂଆପଡାରୁ ୩, ପୁରୀରୁ ୧୦, ସମ୍ବଲପୁରରୁ ୪ , ସୋନପୁରରୁ ୨, ସୁନ୍ଦରଗଡ଼ରୁ ୪୧ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୮ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୪୮ ସକ୍ରିୟ ମାମଲା ରହିଛି ।

Comments are closed.