ସାକାର ହେଲା ଦଶନ୍ଧିର ସ୍ବପ୍ନ, ହୀରାକୁଦ ବିସ୍ଥାପିତ ପାଇଲେ ୧୦ ଡିସିମିଲ ଘରଡିହ ପଟ୍ଟା

ଝାରସୁଗୁଡ଼ା: ବିଶ୍ବ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ ଦ୍ବାରା ବିସ୍ଥାପିତ ହୋଇଥିବା ପରିବାରକୁ ଉପଯୁକ୍ତ ଥଇଥାନ ପାଇଁ ଦିବଂଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସବୁ ବେଳେ ପ୍ରଚେଷ୍ଟା କରି ଆସିଥିଲେ। ଆଉ ତାଙ୍କ ସମୟରୁ ଆରମ୍ଭ ହୋଇଥିବା ବିସ୍ଥାପିତଙ୍କୁ ଘରଡିହ ପ୍ରଦାନ ଅଭିଯାନକୁ ଆଜି ତାଙ୍କ ଧର୍ମପତ୍ନୀ ଆଗେଇ ନେଇଛନ୍ତି। ଆଜି ଲଖନପୁର ବ୍ଲକରେ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି।

ଆଜି ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ରେ ହୀରାକୁଦ ଜଳଭଣ୍ଡାର ବିସ୍ଥାପିତଙ୍କୁ ୧୦ ଡିସିମିଲ ଜମିପଟ୍ଟା ବଣ୍ଟନ କରାଯାଇଛି l ଏହି ଅବସରରେ ମାନ୍ୟବର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଜମିପଟ୍ଟା ବଣ୍ଟନ କରିଛନ୍ତି। ସମ୍ମାନିତ ଅତିଥି ରୂପେ ଲଖନପୁର ବ୍ଲକ ବିଡ଼ିଓ, ଲଖନପୁର ବ୍ଲକ ତସିଲଦାର , ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ , ଲଖନପୁର ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ଯ ସନତ ସିଂହ, ଅତାବିରା ସରପଞ୍ଚ ସଞ୍ଜିତ ପ୍ରଧାନ, ଭିକମପାଲି ସରପଞ୍ଚ, ଭିକମପାଲି ସମିତି ସଭ୍ୟା, ପିଥିଣ୍ଡା ସରପଞ୍ଚ, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ, ପ୍ରମୋଦ ଗଡ଼ତିଆ, ଲଖନପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ନରେଶ ଖମାରୀ, ସୁରେନ୍ଦ୍ର ବେହେରା, ବାବୁଲାଲ ସାହୁ, ରମେଶ ପାତ୍ର, ଦେବଦତ୍ତ ନାଥ, ପୂର୍ଣ୍ଣ ନନ୍ଦ ମହାପାତ୍ର , ପ୍ରକାଶ ସାହୁ, ସୁଶାନ୍ତ ପ୍ରଧାନ ସହିତ ଅନେକ ବିଜେଡ଼ି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ଦୀର୍ଘ ଦିନର ପରିଶ୍ରମ ଯୋଗୁଁ ଆଜି ଦଶନ୍ଧି ଦଶନ୍ଧି ରୁ ବଞ୍ଚିତ ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଜମିପଟ୍ଟା ବଣ୍ଟନ ଏକ ଐତିହାସିକ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି। ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ବହନ କରି ଥିବାରୁ ବିଧାୟିକା ଅଳକା ମହାନ୍ତିଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.