କ୍ୟାବିନେଟ ବୈଠକ: ଓଡ଼ିଶା ସମବାୟ ଅଡିଟ୍ ସର୍ଭିସ କ୍ୟାଡ଼ର ସୃଷ୍ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର – ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ନିମନ୍ତେ ୮୭କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାଛଡା ଓଡ଼ିଶା ଲୋକସେବା ଆୟୋଗ- ଓପିଏସସି ସଦସ୍ୟ ଭାବେ ସରିତା ସୁପକାର ଓ ଶରତ କୁମାର ମହାନ୍ତିଙ୍କ ନିଯୁକ୍ତିକୁ ପିଛିଲା ଭାବେ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଓଡ଼ିଶା ସମବାୟ ସେବା କ୍ୟାଡ଼ର, ଓଡ଼ିଶା ପର୍ଯ୍ୟଟନ ସେବା କ୍ୟାଡ଼ରର ପୁର୍ନଗଠନ, ନୂତନ ଭାବେ ଓଡ଼ିଶା ସମବାୟ ଅଡିଟ୍ ସର୍ଭିସ କ୍ୟାଡ଼ର ସୃଷ୍ଟି, ଜିଲ୍ଲା ପୋଲିସ ମିନିଷ୍ଟ୍ରିଆଲ ସର୍ଭିସ ରୁଲ୍ସର ସଂଶୋଧନ, ଓଡ଼ିଶା ପ୍ରାଶାସନିକ ସେବା ନିଯୁକ୍ତି ରୁଲରେ ସଂଶୋଧନ, ଓଡ଼ିଶା ଲିଗାଲ ମେଟ୍ରୋଲୋଜି ସର୍ଭିସ ରୁଲସ, ଓଡ଼ିଶା ଜୁଡିସିଆଲ ସେବା ରୁଲସ, ଓଡ଼ିଶା ଜିଲ୍ଲା ଓ ସବଅର୍ଡିନେଟ କୋର୍ଟ ନନଜୁଡିସିଆଲ ଷ୍ଟାଫ ସର୍ଭିସ ଓ ଗ୍ରୁପ୍ ଡି କର୍ମଚାରୀ ରୁଲ୍ ଆଦିରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

Comments are closed.