ଭୁବନେଶ୍ୱର-ଧାନବାଦ ଓ ପୁରୀ-ପାଟଣା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସେବା ବୃଦ୍ଧି କଲା ପୂର୍ବତଟ ରେଳପଥ

ଭୁବନେଶ୍ବର – ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା ଓ ଏହାମଧ୍ୟରୁ ଛାଡୁଥିବା କିଛି ସ୍ୱତନ୍ତ୍ର ଟ୍ରେନ୍‌ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡୁଥିବା ଭୁବନେଶ୍ୱର-ଧାନବାଦ ସ୍ପେସାଲ ଏକ୍ସପ୍ରେସର ଚଳାଚଳକୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫେରିବା ରୁଟରେ ଧାନବାଦରୁ ପ୍ରତି ବୁଧବାର, ଶନିବାର ଓ ସୋମବାର ଅପରାହ୍ନ ୪ଟାରେ ଛାଡ଼ୁଥିବା ଧାନବାଦ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀରୁ ପ୍ରତି ଶନିବାର ଅପରାହ୍ନ ୨ଟା ୫୫ରେ ଛାଡୁଥିବା ପୁରୀ-ପାଟଣା ସ୍ପେଶାଲ ଏକ୍ସପ୍ରେସ ନଭେମ୍ବର ୨୬ ଯାଏଁ ଚଳାଚଳ କରିବ। ଫେରିବା ମାର୍ଗରେ ପାଟଣାରୁ ପ୍ରତି ରବିବାର ଅପରାହ୍ନ ୧ଟା ୩୦ରେ ଛାଡୁଥିବା ପାଟଣା-ପୁରୀ ସ୍ପେଶାଲ ଏକ୍ସପ୍ରେସ ନଭେମ୍ବର ୧୧ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀ ଓ ସିଆଲଦା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।

ଅକ୍ଟୋବର ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତି ଶନିବାର ରାତି ୧୧ଟା ୫୦ରେ ଛାଡ଼ିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ ପୁରୀ-ସିଆଲଦା ସ୍ପେସାଲ ଏକ୍ସପ୍ରେସ ପ୍ରତି ରବିବାର ଅପରାହ୍ନ ୩ଟା ୫୦ରେ ଛାଡ଼ିବ। ପୁରୀ ଓ ପାଟଣା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ପାଟଣା-ପୁରୀ ବିଶେଷ ଟ୍ରେନ ଅକ୍ଟୋବର ୨୭ରୁ ନଭେମ୍ବର ୧୦ ମଧ୍ୟରେ ପାଟଣାରୁ ପ୍ରତି ଗୁରୁବାର ପୂର୍ବାହ୍ନ ୮ଟା ୪୫ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ପୁରୀ-ପାଟଣା ବିଶେଷ ଟ୍ରେନ ଅକ୍ଟୋବର ୨୮ରୁ ନଭେମ୍ବର ୧୧ ମଧ୍ୟରେ ପୁରୀଠାରୁ ପ୍ରତି ଶୁକ୍ରବାର ଅପରାହ୍ନ ୨ଟା ୫୫ରେ ଛାଡ଼ିବ।

Comments are closed.