ରାଜ୍ୟରେ ୨୦୨ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୭ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଅନୁଗୁଳରୁ ୧ , ବାଲେଶ୍ଵରରୁ ୪ ,ବରଗଡରୁ ୧୦ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୩ , କଟକରୁ ୧୧ , ଦେବଗଡ଼ରୁ ୧, ଗଜପତିରୁ ୪ , ଗଞ୍ଜାମରୁ ୧ , ଜଗତସିଂହପୁରରୁ ୫, ଯାଜପୁରରୁ ୬, କନ୍ଧମାଳରୁ ୫ ,କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୧ , ନବରଙ୍ଗପୁରରୁ ୧୧, ମୟୂରଭଞ୍ଜରୁ ୧୦ , ନୟାଗଡରୁ ୭ , ନୂଆପଡାରୁ ୬ , ପୁରୀରୁ ୪ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୭ , ସୋନପୁରରୁ ୨, ସୁନ୍ଦରଗଡ଼ରୁ ୪୧ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୬ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୦୦ ସକ୍ରିୟ ମାମଲା ରହିଛି ।

Comments are closed.