ଦିଲୀପ ତିର୍କି ହକି ଇଣ୍ଡିଆର ନୂଆ ସଭାପତି

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ଆନ୍ତର୍ଜାତିକ ହକି ତାରକା ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହୋଇଛନ୍ତି। ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଜଣେ ଓଡିଆ ହକି ଇଣ୍ଡିଆର ସଭାପତି ହୋଇଛନ୍ତି । ଏହି ପଦ ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀପ୍ରାପ୍ତ ଦିଲୀପ ତିର୍କୀ ଗତ ୧୮ ତାରିଖରେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏ ନେଇ ସେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ପେଜ୍‌ ମାଧ୍ୟମରେ ସୂଚନା ଦେଇଥିଲେ ।

Comments are closed.