ପାର୍ବତୀ ଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ୭୬.୮୩ ଓ ରାଇସଲପଦର ପାଇଁ ୭୧ .୨୦ ସର୍ଵମୋଟ ୧୪୮ କୋଟି ଟଙ୍କା ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ର ବିଭିନ୍ନ ଜିଲ୍ଲା ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିବା ବେଳେ ବରଗଡ଼ ଜିଲ୍ଲା ଚିର ମରୁଡି ପ୍ରପୀଡ଼ିତ ଗାଇସିଲେଟ ଅଞ୍ଚଳ ର ଅଙ୍ଗ ନଦୀ ରେ ବୁରୋମୁଣ୍ଡା ଓ ରାଇସଲପଦର ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲାର ବିକାଶ ପ୍ରକ୍ରିୟାରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନେତା ମାନେ ମତପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲାର ଚାଷୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ସ୍ଥାନୀୟ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ,ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ବରଗଡ଼ ପୈାରାଧକ୍ଷା କଳ୍ପନା ମାଝୀ ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ବରଗଡ଼ ଜିଲ୍ଲା ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ଉଭୟ ପ୍ରକଳ୍ପ ଦ୍ବାରା ଏ ଅଂଚଳର ହଜାର ହଜାର ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ ।

Comments are closed.