ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଗଏଁ ଜାମ ଜୁଗ ଭୁପତି ଆବା ।

ଘର ଘର ଉତ୍ସବ ବାଜ ବଧାବା ॥

ଉପରୋହିତହି ଦେଖ ଜବ ରାଜା ।

ଚକିତ ବିଲୋକ ସୁମିରି ସୋଇ କାଜା ॥

ଦିନ ଦିପହର ହୋଇଯିବା ପରେ ରାଜା ପ୍ରତାପଭାନୁ ବଣରୁ ଫେରି ଆସିଲେ । ନଗରରେ ଘରେ ଘରେ ଉତ୍ସବ ଆରମ୍ଭ ହୋଇ ନଗରରେ ମଙ୍ଗଳ ବାଦ୍ୟ ବାଜିଲା । ଯେତେବେଳେ ରାଜା ପୁରୋହିତଙ୍କୁ ଦେଖିଲେ, ପୁର୍ବରୁ କଥା ହୋଇଥିବା ପ୍ରସଙ୍ଗକୁ ମନେ ପକାଇ ଆଶ୍ଚର୍ଯ୍ୟର ସହିତ ଦେଖିବାକୁ ଲାଗିଲେ ।

Comments are closed.