ଆଜିଠୁ ତିନିଦିନ ଶୁଖିଲା ପାଗ, ୨୮ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ବର – ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୁତ ହେବ । ଆଜି, ଆସନ୍ତାକାଲି ଏବଂ ୨୬ ତାରିଖରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ଫଳରେ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୮ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୨୭ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଘୂର୍ଣ୍ଣିବଳୟଟି କେତେ ଘନୀଭୂତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ ।

Comments are closed.