ଆଇଏଏସ ବିଶାଲ ଗଗନଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର – କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ ଅଫିସର ବିଶାଲ ଗଗନଙ୍କୁ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ନୂଆଦିଲ୍ଲୀ ସ୍ଥିତ ଓଡିଶା ଇନଭେଷ୍ଟମେଣ୍ଟ ଆଣ୍ଡ୍ ଏକ୍ସପୋର୍ଟ ପ୍ରମୋସନ ଅଫିସରେ ଅବସ୍ଥାପିତ କରାଯାଇଛି।

ବସ୍ତ୍ର ଓ ବୟନଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିବା ଆଇଏଏସ ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କୁ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

Comments are closed.