ସ୍କୁଲ ଵସ୍ ଦୁର୍ଘଟଣାଗ୍ରସ୍ତ, ୧୫ଛାତ୍ରଛାତ୍ରୀ ଆହତ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୁଳର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଉକ୍ତ ବସରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ ।

ସବୁଦିନ ଭଲି ଆଜି ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କୁ ନେଇ ବସ ଫେରୁଥିଲା । ଏହି ସମୟରେ ଝାଙ୍କରପାଲି ନିକଟରେ ଦୁର୍ଘଟଣା ହେବା ଫଳରେ ୧୫ ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ ଡ୍ରାଇଭର ଜଣକ ନିଶାଗ୍ରସ୍ତ ହୋଇ ଗାଡି ଚାଲାଇଥାନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.