ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ବିଡିଓ

ବଲାଙ୍ଗିର – ଗୁଡ଼ଭେଲା ବିଡିଓ ବିନୋଦ ନାଏକଙ୍କୁ ଧରିଲା ଭିଜିଲାନ୍ସ । ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ ହୋଇଛନ୍ତି ବିଡିଓ । ସରକାରୀ କ୍ୱାର୍ଟର୍ସ ମରାମତି ଠିକା ଦେବାକୁ ସେ ଲାଞ୍ଚ ନେଉଥିଲେ। ବିଡ଼ିଓ ଜଣକ ଲାଞ୍ଚ ମାଗିଥିବା ନେଇ ସଂପୃକ୍ତ ଠିକାଦାର ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଗୁଡ଼ଭେଲା ଠାରେ ଏକ ସରକାରୀ କ୍ୱାର୍ଟର୍ସ ୩୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯିବାକୁ ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପର ଠିକା କାମ ଦେବାକୁ ଠିକାଦାରଙ୍କୁ ବିଡିଓ ୫ ପ୍ରତିଶତ ହିସାବରେ ୧.୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ପୂର୍ବରୁ ୩୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ତୁରନ୍ତ ଦେବାକୁ ବିଡ଼ିଓ ଚାପ ପକାଇବା ପରେ ଠିକାଦାର ଭିଜିଲାନ୍ସରେ ଫେରାଦ ହୋଇଥିଲେ।

Comments are closed.