କାଲି ଓଡିଶା ଇନଭେଷ୍ଟର୍ସ ମିଟ୍ : ଆଜି ବେଙ୍ଗାଳୁରୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆସନ୍ତାକାଲି ହେବାକୁ ଥିବା ଓଡିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଳୁରୁ ଯାଉଛନ୍ତି । ଆଜି ଦିନ ସାଢ଼େ ୧ଟାରେ ବେଙ୍ଗାଳୁରୁ ଯିବେ ଯିବେ ମୁଖ୍ୟମନ୍ତ୍ରୀ। ନଭେମ୍ବରରେ ହେବାକୁ ଥିବା ‘ମେକ ଇନ୍ ଓଡିଶା’ କନକ୍ଲେଭ ପୂର୍ବରୁ ବେଙ୍ଗାଳୁରୁ ମିଟ୍ ହେଉଛି ତୃତୀୟ କର୍ଟେନ ରେଜର୍ । ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଅନୁକୂଳ ପରିବେଶ ଓ ସୁବିଧା ସୁଯୋଗ ବାବଦରେ ଶିଳ୍ପପତି ଓ ନିବେଶକଙ୍କୁ ଅବଗତ କରିବେ ମୁଖ୍ୟମନ୍ତ୍ରୀ। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ୱନ ଟୁ ୱନ ଆଲୋଚନା କରିବେ । ବେଙ୍ଗାଳୁରୁ ମିଟରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ସହ ସାମିଲ ହେବେ । ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଓଡିଶା ଇନଭେଷ୍ଟର୍ସ ମିଟ ଆୟୋଜିତ ହୋଇସାରିଛି।

Comments are closed.