ଆଜି ବେଙ୍ଗାଳୁରୁରେ ମେଗା ଇନଭେଷ୍ଟର୍ସ ମିଟ୍ , ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର -ଆଜି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥିପାଇଁ ବେଙ୍ଗାଲୁରୁରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସେ ଅଜିମ ପ୍ରେମଜୀଙ୍କ ସମେତ ଆଉ କିଛି ଶିଳ୍ପପତିଙ୍କ ସ଼ହ ବୈଠକ କରିଥିଲେ ।

ଆଜିର ଓଡିଶା ଇନ୍ଭେଷ୍ଟର୍ସ ମିଟରେ ବିଭିନ୍ନ ସେକ୍ଟରରୁ ପ୍ରାୟ ୫୦୦ରୁ ଅଧିକ ଶିଳ୍ପପତି ଓ ବଡ଼ ବ୍ୟବସାୟୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଥିବା ସମ୍ଭାବନା ସୁଯୋଗ ଓ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ ।
ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଭେଟିବାକୁ ଥିବା ନିବେଶକଙ୍କ ମଧ୍ୟରେ ଅଛନ୍ତି ଆଇବିଏମ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଙ୍ଗ୍ ପାର୍ଟନର ଅମିତ୍ ଶର୍ମା, ଓ୍ବିପ୍ରୋ ଜିଇ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଏବଂ ସିଇଓ ଶ୍ରବଣ ସୁବ୍ରମଣ୍ୟମ୍, ଇଣ୍ଡୋ ନିଶିନ୍ ଫୁଡ୍ସର ଏମଡି ଏବଂ ସିଇଓ ଗୌତମ ଶର୍ମା, ଟିଟିକେ ପ୍ରେଷ୍ଟିଜ୍ କମ୍ପାନୀର ସିଇଓ ସାରନୟନ, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି.ଏସ.ଗଣେଶ, ହାପିଏଷ୍ଟ ମାଇଣ୍ଡସ୍ର ସିଇଓ ଭେଙ୍କଟରମଣ ଏନ୍, କଟନ୍ ଓ୍ବାର୍ଲଡର ଫାଉଣ୍ଡର ଏମଡି ବିଏନ୍ ମୋନାପ୍ପା, ଓ୍ବଣ୍ଡ୍ରେଲା କମ୍ପାନୀ ଏମଡି ଅରୁଣ ଚିତାପାଲି, ଇଣ୍ଡିଆନ୍ ଷ୍ଟିଚେସ୍ ପ୍ରାଇଭେଟ୍ ଲିମିଟେଡର ସିଏମଡି ବିଶାଳ ସେହଗଲ ।

ବେଙ୍ଗାଳୁରୁ ଇନଭେଷ୍ଟର୍ସ ମିଟର ଫୋକସ କ୍ଷେତ୍ର ରହିଛି ଆଇଟି , ଇଲେକ୍ଟ୍ରୋନିକ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ ଉଦ୍ୟୋଗ। ଓଡ଼ିଶା ସରକାରଙ୍କ ଫ୍ଲାଗ୍ ସିପ୍ ଇନଭେଷ୍ଟମେଣ୍ଟ ସମ୍ମିଟ୍ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ୨୦୨୨କୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟର ଲକ୍ଷ୍ୟ ।

Comments are closed.