କଟକ ଜଗତପୁରରେ ମାତିଲେ ହାତୀପଲ, ଆକ୍ରମଣରେ ଦୁଇ ମୃତ

କଟକ – କଟକ ଜଗତପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାପଡ଼ିଛି।

ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଥିବା ସୂଚନା ମିଳିଛି । ଆଜି ଭୋରରୁ ହାତୀପଲ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳି ଦେଇଛନ୍ତି । ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି । ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.