ସଂଗ୍ରାମୀ ପୀଠରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

ବରଗଡ଼: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଠାରେ ଭଟଲି ନିର୍ବାଚନମଣ୍ଡଳୀ ତରଫରୁ ବିଧାୟକ ସୁଶାନ୍ତ ସିଂହଙ୍କ ନେତୃତ୍ବରେ ଜନ ସଂପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ପ୍ରଥମେ ଗାନ୍ଧୀ ପ୍ରତିମୂର୍ତ୍ତି ଏବଂ ସ୍ମୃତି ପୀଠ ରେ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ କରିଥିଲେ । ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଧାୟକ ଶ୍ରୀ ସିଂହ ରାଜ୍ଯ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରି ଲୋକଙ୍କୁ ସଚେତନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବବି ପ୍ରଧାନ,ଉପାଧ୍ୟକ୍ଷ ଦିବ୍ୟକିଶୋର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ରୋଜି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଧନ ବରିହା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଚାଳକ ସୁବ୍ରତ ବେହେରା, ପୂର୍ବତନ ବ୍ଲକ ସଭାପତି ଗଣତନ୍ତ୍ର ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ, ପୂର୍ବତନ ସରପଂଚ ରବି ପ୍ରଧାନ ମାର୍କଣ୍ଡ ସା, ପ୍ରଫୁଲ୍ଲ ପ୍ରଧାନ, କୁଳମଣୀ ଦୁଆଁନ,ରାଜେଶ ଅଗ୍ରୱାଲ, ପଞ୍ଚାୟତର ର ସରପଞ୍ଚ ଜୟ ମିତ୍ର ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ରେଣୁକା, କାର୍ତ୍ତିକ ନାଗ, ଯୁବ ସଭାପତି ରାଜୁ ସାହୁ, ବିଜୁ ଯୁବ ଜନତା ଦଳ, ଛାତ୍ର ଜନତା ଦଳ ଏବଂ ସଂଗ୍ରାମୀ ଗାଁ ର ମାନ୍ୟଗନ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ ।

Comments are closed.