ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସ୍ ଠାରେ ଆୟୋଜିତ ସାର୍ବଜନୀନ ଦୁର୍ଗାପୂଜାରେ ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ ସଜେଇ ହୋଇ ଏକ ଭିନ୍ନ ବାର୍ତା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ନିଜ ଗ୍ରାମ ଘେଁସ୍ ଠାରେ ହେଉଥିବା ଦୁର୍ଗା ପୂଜା ରେ ପଦ୍ମଶ୍ରୀ ନାଗ ଲଙ୍କେଶ୍ୱରୀ ବେଶ ଧାରଣ କରି ନୃତ୍ୟ କରିଥିଲେ । ସେ ପୂର୍ବପୁରୁଷ ମାନେ ବ୍ୟବହାର କରୁଥିବା ବିଭିନ୍ନ ଅଳଙ୍କାର ପରିଧାନ କରି ଏଭଳି ବେଶ ଧାରଣ କରିଥିଲେ । ଏନେଇ ତାଙ୍କ ପଚାରିବାରୁ ସେ କହିଥିଲେ ଅସତ୍ୟ ପରାଜୟ ହେଉ, ସତ୍ୟର ଜୟ ହେଉ । ଏହା ହିଁ ତିଷ୍ଟି ରହୁ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଭୂମିକାରେ ମୁଁ ଅଭିନୟ କରି ଲୋକଙ୍କୁ ବାର୍ତା ଦେବାକୁ ଚାହୁଁଛି ଯେ ଆମ ସଂସ୍କୃତି ଆମ ପରମ୍ପରା ବଞ୍ଚେଇ ରଖିବାକୁ ହେବ । ବର୍ତ୍ତମାନର ପରମ୍ପରାରେ ବିଦେଶୀ ଢାଞ୍ଚା ରହିଛି, ମଡେଲିଂ ରହିଛି । ତେଣୁ ହଜି ଯାଇଥିବା ପରମ୍ପରାକୁ ପୁନରଜୀବିତ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Comments are closed.