ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ପୂଜକ

ପୁରୀ – ଶ୍ରୀମନ୍ଦିର ଚୂଡାରେ ଚଢିଗଲେ। ଅଗ୍ନିଶ୍ଵର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଆଜି ଅପରାହ୍ନରେ ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ତାଙ୍କୁ ଦେଖିଥିଲେ । ତାଙ୍କୁ ଓହ୍ଲାଇବାକୁ ପୋଲିସ ଓ ଜେଟିପି ବାରମ୍ଵାର କହିଥିଲେ ମଧ୍ୟ ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ଆଗରେ ଓହ୍ଲାଇଥିଲେ। ସିଂହଦ୍ୱାର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comments are closed.