ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ, ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ଦାୟିତ୍ଵ, ଗଞ୍ଜାମ ବୁଝିବେ ପ୍ରଦୀପ କୁମାର ଅମାତ

ଭୁବନେଶ୍ୱର – ବିଜେଡି ପକ୍ଷରୁ ୩୦ଟି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ପାଇଁ ପ୍ରଦୀପ କୁମାର ଅମାତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। କିଛି ନେତା ଓ ମନ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ରହିବେ ।

କାହାକୁ କେଉଁ ଜିଲ୍ଲା ଦାୟିତ୍ଵ ମିଳିଛି,ଆସନ୍ତୁ ନଜର ପକାଇବା ।

ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଅନୁଗୋଳ ଓ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ଵର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଧୀର କୁମାର ସାମଲଙ୍କୁ ବରଗଡ଼, ପ୍ରଣବ କୁମାର ବଳବନ୍ତରାୟଙ୍କୁ ଭଦ୍ରକ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ଦେବଗଡ଼, ଉଷା ଦେବୀଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ, ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି, ଈଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ଼ ଓ ଟୁକୁନି ସାହୁଙ୍କୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ନଳିନୀ କାନ୍ତ ପ୍ରଧାନଙ୍କୁ ସମ୍ବଲପୁର, ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ସୁନ୍ଦରଗଡ଼, ନବକିଶୋର ଦାସଙ୍କୁ କଳାହାଣ୍ଡି, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

Comments are closed.