ଥାଇଲାଣ୍ଡରେ ଏକ ନର୍ସରୀରେ ଆଖିବୁଜା ଗୁଳିଚାଳନା ଓ ଛୁରାମାଡ, ୩୧ ମୃତ | News Room Odisha

ଥାଇଲାଣ୍ଡରେ ଏକ ନର୍ସରୀରେ ଆଖିବୁଜା ଗୁଳିଚାଳନା ଓ ଛୁରାମାଡ, ୩୧ ମୃତ

ବ୍ୟାଙ୍କକ – ଥାଇଲାଣ୍ଡର ଏକ ପ୍ରି-ସ୍କୁଲ ଚାଇଲ୍ଡ ଡେ କେୟାର ସେଣ୍ଟରରେ ଆଖିବୁଜା ଗୁଳିଚାଳନା ଓ ଛୁରାମାଡ ହୋଇଛି । ଏଥିରେ ୩୧ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ବ୍ୟକ୍ତି ଅଛନ୍ତି। ଥାଇଲାଣ୍ଡର ଉତ୍ତର -ପୂର୍ବର ଏକ ରାଜ୍ୟରେ ଏହି ଦୁଃଖଦ ଘଟଣା ଘଟିଛି। ଆକ୍ରମଣକାରୀ ଜଣକ ଜଣେ ପୂର୍ବତନ ପୋଲିସ ଅଧିକାରୀ ବୋଲି ଜଣେ ପୋଲିସ ମୁଖପାତ୍ର କହିଛନ୍ତି। ଆକ୍ରମଣ କରି ସେ ଫେରାର ସୋଇଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ବ୍ୟାପକ ଧରପଗଡ ଆରମ୍ଭ ହୋଇଛି ।