ଖଡ଼ିଆଳ ପୋଲିସ ପକ୍ଷରୁ ଛୁରା ମାଡ଼ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚଳାନ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ ଶୌଚକୁ ନେଇ ଛୁରା ମାଡ଼ ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ ରାୟପୁର ଠାରେ ଚିକିତ୍ସିତ ହେଉଛନ୍ତି। ଏହି ଛୁରା ମାଡ଼ ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଳାନ ଲରିଛନ୍ତି। ଅଭିଯୁକ୍ତମାନେ ହେଲେ ସାଗର ସାହୁ,ପିତା-ରାଧେଶ୍ୟାମ ସାହୁ, ଅନ୍ୟ ଜଣେ ଅଭିଯୁକ୍ତ ନିରାକାର ସାହୁ ପିତା-ପ୍ରଭୁଲାଲ ସାହୁ ଉଭୟ ସାହୁପଡା ନିବାସୀ ଅଟନ୍ତି। ଖଡ଼ିଆଳ ଥାନା କେଶ ନମ୍ବର – ୪୦୩/ ୦୫.୧୦.୨୨ ଏକ ହତ୍ୟା ମମଲା ରୁଜୁ ହୋଇଅଛି।ଭାରତୀୟ ଦଣ୍ଡ ସଂହିତା ଧାରା ୩୪୧,୨୯୪,୩0୨,୩୦୭,୩୫୪(କ),୫୦୬/୩୪ ସହିତ ଧାରା ଏଟରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଅଛି। ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଳାନ କରାଯାଇଥିବା ଖଡ଼ିଆଳ ଥାନା ଅଧିକାରୀ ଅରବିନ୍ଦ ମୁଦୁଲି ପ୍ରକାଶ କରିଛନ୍ତି।

Comments are closed.