ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗୀର: ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ଯୁବକ। ଏଭଳି ଘଟଣା ବଲାଙ୍ଗୀର ସୁଦପଡ଼ା ରେଲ ଫାଟକ ନିକଟରେ ଦେଖିବାକୁ ମିଳିଛି ।ତେବେ ଉକ୍ତ ମୃତବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଏ ସମ୍ପକରେ ଜିଆର୍‌ପି ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

ସୂଚନା ମତେ ବଲାଙ୍ଗୀର ସୁଦପଡା ରେଲ ଫାଟକ ନିକଟରେ ଆଜି ବଲାଙ୍ଗୀର ଷ୍ଟେସନରୁ ସମ୍ବଲପୁର ପଟକୁ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସମ୍ମୁଖକୁ ହଠାତ୍ ଜଣେ ବ୍ୟକ୍ତି ଡେଇଁ ପଡିଥିଲେ। ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ମୃତକ ଜଣକ ମୁହଁ ମାଡ଼ି ପଡିଥିବା ବେଳେ ତାଙ୍କ ଗୋଡ଼ରେ ସିମେଣ୍ଟ ଲାଗିଥିବାରୁ ମୃତକ ଜଣକ ଶ୍ରମିକ ହୋଇଥିବା ଅନୁମନ କରାଯାଉଛି।

Comments are closed.