କାର ଧକ୍କାରେ ବାପ-ଝିଅ ମୃତ

ବରଗଡ଼: ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କନାପାଲି ରେ ସଡକ ଦୁର୍ଘଟଣାରେ ଦୁଇ ମୃତ ।ମୃତକ ବିଜେପୁର ଥାନା ଅନ୍ତର୍ଗତ ମନୋହର ପାଲି ଗାଁ ର ପ୍ରଦୀପ ସାହୁ ଓ ଝିଅ ରୁପା ସାହୁ ବୋଲି ଜଣା ପଡ଼ିଛି ।ସେମାନେ ସୋହେଲା ରୁ ବିଜେପୁର ଯାଉଥିବା ବେଳେ କନାପାଲି ଠାରେ ଅପର ପଟରୁ କାରଟି ମୁହାଁ ମୁହିଁ ଧକା ଦେଇ ରାସ୍ତା ତଳକୁ ଓଲ୍ହାଇ ଖସି ପଡ଼ିଥିଲା ।

କାର ଓ ବାଇକ ମୁହାଁ ମୁହିଁ ଧକ୍କା ରେ ବାପ ଝିଅ ଉଭୟ ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ଘଟଣା ସ୍ଥଳରେ ଉତ୍ତେଜନା ଥିବା ବେଳେ ସୋହେଲା ପଲିସ ଘଟଣା ସ୍ଥଳକୁ ପହଁଚି ସ୍ଥିତି କୁ ନିୟନ୍ତ୍ରଣ କରିବା କୁ ଚେଷ୍ଟା କରିବା ସହ ତଦନ୍ତ ଜାରି ରଖିଛି ।

Comments are closed.