ଝାରସୁଗୁଡ଼ା ରେଳ ଷ୍ଟେସନ ହେବ ହେବ ବିଶ୍ବ ସ୍ତରୀୟ- ଡିସେମ୍ବରରେ ନୂତନ ଡିଜାଇନ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ହେବ ବିଶ୍ବସ୍ତରୀୟ। ଏନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଏହାର ଡ୍ରଇଂ ଏବଂ ଡିଜାଇନ କରାଯାଇଥିବା ବେଳେ ସେଥିରେ ଅନେକ ପରିବର୍ତ୍ତନ ଅଣାଯାଇଛି। ଆଉ ଏହି ନୂତନ ଡିଜାଇନକୁ ଆସନ୍ତା ଡିସେମ୍ବର ସୁଦ୍ଧା ମଞ୍ଜୁରୀ ମିଳିବ। ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବରଗଡ ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେହିପରି ଏହାର ବିଶ୍ବସ୍ତରୀୟ ଭାବେ ନିର୍ମ।ଣ କାମ ଶୀଘ୍ର ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ସ୍ବାଧୀନତା ସଂଗ୍ରାମ ସମୟରୁ ସ୍ଥାପିତ ଐତିହାସିକ ଝାରସୁଗୁଡା ରେଳ ଷ୍ଟେସନର ନବୀକରଣ ହେବ। ଏହାକୁ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ପୂର୍ବରୁ ଯୋଜନା ହୋଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ବି ଲାଭ କରିଥିଲା। ଏପରିକି ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତି ବି ସରିଥିଲା। କିନ୍ତୁ, ଅତ୍ୟାଧୁନିକ ବିଶ୍ବସ୍ତରୀୟ ମୋଡେଲ ଷ୍ଟେସନ ଭାବେ ଗଢି ତୋଳିବାକୁ ଏହାର ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଆଉ ଏହି ନୂତନ ଡିଜାଇନକୁ ଆସନ୍ତା ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବାର ସମ୍ଭାବନା ଥିବା ସାଂସଦ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ଇବ୍ ଏବଂ ଝାରସୁଗୁଡ଼ା ରେଳ ଷ୍ଟେସନ ମଧ୍ୟରେ ପାବାର ହାଉସ ପାଖ ରେଲବେ ଲେଭେଲ କ୍ରସିଂ ସଂଖ୍ୟା 261(କିମି ସଂଖ୍ୟା516/19-21) ଠାରେ ରୋଡ୍ ଅଣ୍ଡର ବ୍ରିଜ ପରିବର୍ତ୍ତେ ରୋଡ ଓଭରବ୍ରିଜ ନିର୍ମ।ଣ କରାଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ତେବେ, ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ରେଳ ବିଭାଗ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠା ଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏବଂ ବରଗଡ଼ ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ଅନ୍ୟ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ବିଲାସପୁର ଡିଭିଜନର ଅତିରିକ୍ତ ଡିଆର୍ଏ ମ୍Ù ବୈଠକରେ ଯୋଗ ଦେଇ ମତାମତ ରଖିଥିଲେ। ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ପାଖରେ ଫ୍ଲାଇଓଭର ଏବଂ ଚୌକିପଡ଼ା ଫ୍ଲାଇଓଭରର ନିର୍ମ।ଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ମତ ରଖିଥିଲେ। ସେହିପରି ବେଲପାହାଡ଼ ଠାରେ ଓଭରବ୍ରିଜ ଏବଂ ବ୍ରଜରାଜନଗର ଷ୍ଟେସନର ସମସ୍ୟା ଦୂର ସହ ତିନି ଗୋଟି ସ୍ଥାନରେ ଅଣ୍ଡର ବ୍ରିଜ ନିର୍ମ।ଣ ପ୍ରସ୍ତାବ ଉପରେ ସାଂସଦ ବୈଠକରେ ଚର୍ଚ୍ଚ। କରିଥିଲେ। ଖୁବଶୀଘ୍ର ରେଳ ମନ୍ତ୍ରୀ, ରେଲବେ ବୋର୍ଡ ସହ ଏକ ବୈଠକ ଆୟୋଜନ କରାଯାଇ ସମସ୍ତ ପ୍ରସଂଗ ଉପରେ ଆଲୋଚନା କରାଯିବ ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ଧୁତୁରା ଓ ଅଲଟ୍ରାଟେକ ସିମେଣ୍ଟ କାରଖାନା ପାଖରେ ଥିବା 2ଟି ଲେଭେଲ କ୍ରସିଂରେ ଅଣ୍ଡରପାସ ନିର୍ମ।ଣ ଦାବିକୁ ସ୍ବାସ୍ଥ୍ୟମନ୍ତ୍ରୀ ଦୋହରାଥିଲେ। ଝାରସୁଗୁଡ଼ା ବସଷ୍ଟାଣ୍ଡ ଥିବା ରେଳବାଇର ଜମିକୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରେଳ ବିଭାଗ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବରୁ କରିଥିବା ଦାବି ଉପରେ ମଧ୍ୟ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପତ୍ରାଳାପା କରିବାକୁ ଜିଲ୍ଲାପାଳଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତ, ପିଡି ଆର୍ ଆଣ୍ଡ ଆର୍ ଆଲୋମଣି ସେଠୀ, ଉପ ଜିଲ୍ଲାପାଳ ଦୟାମୟ ପାଢୀ, ପୌରାଧ୍ୟକ୍ଷା ରାନୀ ହାତୀ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.