କରୋନା ଅପଡେଟ୍: ଦେଶରେ ଆଉ ୨,୪୦୧ ନୂଆ ମାମଲା, ୨୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ-୧୯ର ଆଉ ୨,୪୦୧ ନୂଆ ମାମଲା ରିପୋର୍ଟ ହୋଇଛି । ଏହି ରୋଗରୁ ଆଉ ୨,୩୭୩ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାର ସକ୍ରିୟ ମାମଲା ବର୍ତ୍ତମାନ ୨୬,୬୨୫କୁ ବୃଦ୍ଧି ପାଇଛି । ଦେଶରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ମାତ୍ର ୦.୦୬% । ଏପର୍ଯ୍ୟନ୍ତ ୪,୪୦,୭୩୩୦୮ ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ୍-୧୯ରୁ ଦେଶରେ ସୁସ୍ଥତା ହାର ୯୮.୭୬% ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଦତ୍ତ ସଦ୍ୟତମ ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୫,୨୮,୮୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୨୧ ଜଣ ପ୍ରାଣ ହରାଇଛନ୍ତି । ଦୈନିକ ପଜିଟିଭିଟି ହାର ୧.୦୪ ପ୍ରତିଶତ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ସାପ୍ତାହିକ ପଜିଟିଭିଟି ହାର ୧.୦୫ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୨୮୮୯୫ ଲୋକଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଏଯାବତ୍ ମୋଟ ୨,୧୯,୩୨,୧୮,୬୩୮ ଟିକା ଡୋଜ୍ ଦିଆଯାଇଛି ।

Comments are closed.