ନବୀନଙ୍କ ୭୬ ତମ ଜନ୍ମ ଦିବସରେ ଓଡ଼ିଶା ମୋ ପରିବାର ପକ୍ଷରୁ ୭୭ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର : ସାଢ଼େଚାରି କୋଟି ଓଡ଼ିଶାବାସୀଙ୍କ ସର୍ବପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଉପଲକ୍ଷେ “ଓଡ଼ିଶା – ମୋ ପରିବାର ଆନୁକୁଳ୍ୟ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର” ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ବିଜୁ ଜନତା ଦଳ ର ସମ୍ବଲପୁର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ରକ୍ତଦାନ ଶିବିର କୁ ଉଦଘାଟାନ କରିଥିଲେ।

ମାଁ ସମଲେଶ୍ୱରୀଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚନା କରିବା ପରେ ଏହି ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲା। ଏହି ରକ୍ତଦାନ ଶିବିର ରେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସହ ସମ୍ବଲପୁର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ,ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀ,ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି, ରାଜକିଶୋର ଦାସ,ସମ୍ବଲପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ, ଯୁବ ନେତା ଶୈଳେଶ ଦାନୀ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଇଂ.ଦିଲୀପ ଦୁରିଆ,ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ଅଶୋକ ମହାକୁର, କୁମାରଚାନ୍ଦ ରାଉତ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରବି ପୂଜାରୀ, ସୁଭାଶିଷ ପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ଦିଲୀପ ଦାଶ, ଶିଶିର ମହାନ୍ତି, ସୁଧୀର ପାଣିଗ୍ରାହୀ, ଆର.ଏ ଶିବକୁମାର, ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରଚିନ୍ଦ୍ର କୁଅଁର, ମହିଳା ବିଜେଡି ସମ୍ବଲପୁର ଜୋନାଲ ପ୍ରେସିଡେଣ୍ଟ ସିପ୍ରା ମହାନ୍ତି, ମହିଳା ବିଜେଡି ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ସବିତା ଆଚାର୍ଯ୍ୟ,ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ବନ୍ଦିତା ମିଶ୍ର, ମହିଳା ବିଜେଡି ରାଜ୍ୟ ସମ୍ପାଦିକା ମିତାଲି ସାହୁ, ରାଜଲକ୍ଷ୍ମୀ ପ୍ରଧାନ, ଅନିତା ନାଏକ, ଜିଲ୍ଲା ପରିଷଦ ସଭ୍ୟା ସୁରଜା ସେଠ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ସତୀଶ ବିଶି, ଯୁବ ବିଜେଡି ସମ୍ବଲପୁର ଜିଲ୍ଲା ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ସମ୍ବଲପୁର ଜୋନ ସଭାପତି ମିଲନ ହୋତା, ବରିଷ୍ଠ କୃଷକ ନେତା ସୀତାକାନ୍ତ ପଣ୍ଡା, ଆଇନଜୀବୀ ଶାବିର ଅହମଦ, ଆଇନଜୀବୀ ପ୍ରିୟଦର୍ଶୀ ଅମିତାଭଙ୍କ ସହ ଅନ୍ୟମାନେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଓଡ଼ିଶା ମୋ ପରିବାର ର ମୁଖ୍ୟ ପୃଷ୍ଠପୋଷକ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ରେ ଆୟୋଜିତ ଏହି ରକ୍ତଦାନ ଶିବିର ରୁ ୭୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

Comments are closed.