ଯୁବତୀଙ୍କୁ ପ୍ରତାରଣା ଦେଇ ଏମ୍ସ ଭୁବନେଶ୍ୱର ଡାକ୍ତର ଗିରଫ

ଭୁବନେଶ୍ବର – ଏମ୍ସ ଭୁବନେଶ୍ବରରେ କାର୍ଯ୍ୟରତ ଜଣେ ଡାକ୍ତର ଗିରଫ ହୋଇଛି । ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ଗିରଫ କରାଯାଇଛି । ଡାକ୍ତର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଦୀର୍ଘ ୨ ବର୍ଷର ସଂପର୍କ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହାପରେ ଡାକ୍ତରବାବୁ କୌଶଳ କ୍ରମେ ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିଦେଇଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଏବେ ମହିଳା ପୋଲିସ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଭୁବନେଶ୍ୱର ଏମ୍ସର କାର୍ଡିଓଲୋଜି ବିଭାଗର ଡାକ୍ତର ଜୟଦୀପ ଦାସଗୁପ୍ତା ସେହି ହସ୍ପିଟାଲକୁ ନିଜ ବାପାଙ୍କୁ ନେଇ ଚିକିତ୍ସା କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଭଲ ପାଇଯାଇଥିଲେ । ଡାକ୍ତର ଜଣଙ୍କ ସେହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇବର୍ଷ କାଳ ଶାରିରୀକ ସଂପର୍କ ରଖିଥିଲେ। ଏହାରି ମଧ୍ୟରେ ଯୁବତୀ ଗର୍ଭବତୀ ହୋଇଯାଇଥିଲେ। ହେଲେ ଡାକ୍ତରବାବୁ ଚତୁରତାର ସହିତ ଯୁବତୀଙ୍କ ଗର୍ଭପାତ କରିଦେଇଥିଲେ। ଏନେଇ ଯୁବତୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଜି ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ପୋଲିସ ଗିରଫ କରିଛି ।

Comments are closed.