ବେଜବରୁଆ ଭବନରେ ଆସାମ ସରକାରଙ୍କ ପ୍ରତିନିଧି ଦଳ, ସଂରକ୍ଷଣ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ

ସମ୍ବଲପୁର : ସମ୍ବଲପୁର କଚେରୀ ଛକସ୍ଥିତ ଅହମୀୟା କବି ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କ ନିର୍ମାଣଧୀନ ବାସଗୃହ ଓ ସାଧନା ଗୃହ ଯାହା କି ଅନେକ ଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା, ତାହାର ଅଗ୍ରଗତି ବିଷୟ ରେ ଅନୁଧ୍ୟାନ କରିବାକୁ ଆସାମ ସରକାର ଙ୍କର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଇତିମଧ୍ୟରେ ଆଜି ପରିଦର୍ଶନ କରିଛନ୍ତି l ଏହାର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆସାମ ସରକାର ଙ୍କର ସଂସ୍କୃତି ବିଭାଗ ର ଅତିରିକ୍ତ ସଚିବ ମୋନିଦିପା ବରକୋତୋପି ଓ ସଂସ୍କୃତି ବିଭାଗୀୟ ନିର୍ଦେଶକ ମିନାକ୍ଷୀ ଦାସ ଗତକାଲି ଭୁବନେଶ୍ୱର ଠାରେ ଓଡିଶା ସରକାର ଙ୍କର ବିଭାଗୀୟ ଅଧିକାରୀ ଙ୍କର ସହ ଏହି ସମ୍ବଲପୁର ସ୍ଥିତ ଅହମୀୟା ସାହିତ୍ୟରଥି ଲଷ୍ମୀନାଥ ବେଜବୋରୁଆ ଙ୍କର ପୁନଃରୁଦ୍ଧାର କରାଯାଉଥିବା ଆବାସିକ ଗୃହ ଓ ସାଧନା ଗୃହ ପରିଦର୍ଶନ କରିଛନ୍ତି। ଏସମ୍ପର୍କରେ ଭୁବନେଶ୍ବରରେ ରାଜ୍ଯ ସରକାରଙ୍କ ସହ ଆଲୋଚନା କରିବା ପରେ ଆଜି ସମ୍ବଲପୁର ପହଂଚିଥିଲେ l ତାଙ୍କୁ ଓରମାସ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମନ୍ତ ହୋତା, ଜିଲ୍ଲା ପର୍ଯ୍ୟଟନ ସହନିର୍ଦେଶକ ହେମନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଇନଟାକ ସମ୍ବଲପୁରର ତାରିଣୀ ପଣ୍ଡା ଓ ଡାକ୍ତର ବିଭୁଦତ୍ତ ମିଶ୍ର ଏବଂ ବେଜବରୁଆ ସ୍ମୃତି କମିଟିର ସୂର୍ଯ୍ୟ ପାଣିଗ୍ରାହୀ ସମ୍ବଲପୁର ରେଳ ଷ୍ଟେସନ ରେ ସ୍ୱାଗତ କରିଥିଲେ। ଅପରାହ୍ନରେ ବିଭାଗୀୟ ଅଧିକାରୀ ବୃନ୍ଦ କବି ବେଜବରୁଆଙ୍କର ଆବାସ ତଥା ସାଧନା ଗୃହର ପୁନଃରୁଦ୍ଧାର କାର୍ଯ୍ୟର ଅଗ୍ରଗତି ବିଷୟରେ ଆସାମ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନୁଧ୍ୟାନ ତଥା ପରିଦର୍ଶନ କରିଥିଲେ l ଏହି ଅବସରରେ ସମ୍ବଲପୁର ସଦର ଉପଜିଲ୍ଲାପାଳ ପ୍ରଭାସ ଡନସନା, ସଦର ଅତିରିକ୍ତ ତହସିଲଦାର ସରୋଜା ବେହେରା, ବେଜବରୁଆ ସ୍ମୃତି କମିଟି ସଭ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସୁକାନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ l

Comments are closed.