ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ୪ ଲକ୍ଷ ଟଙ୍କାର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଧରିଛି ଭିଜିଲାନ୍ସ । ପୌର ପରିଷଦର ଏକ ଠିକା କାମର ୪ ଲକ୍ଷ ଟଙ୍କା ବିଲ କରାଇବାକୁ ଠିକାଦାର କଳିତ କୁମାର କରଙ୍କୁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଠିକାଦାର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ଯନ୍ତ୍ରୀଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲା ଭିଜିଲାନ୍ସ ।

Comments are closed.