କରୋନା ଅପଡେଟ୍: ଦେଶରେ ୨,୧୧୯ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨,୧୧୯ ନୂଆ ମାମଲା ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦିନକରେ ଆଉ ୨୫୮୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ବା ଚିକିତ୍ସାଧୀନ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୨୫,୦୩୭ କୁ ଖସି ଆସିଛି । ଗତକାଲି ଅର୍ଥାତ୍ ଅକ୍ଟୋବର ୨୦ ସୁଦ୍ଧା ଦେଶରେ ୨୫,୫୧୦ ସକ୍ରିୟ ମାମଲା ଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୪ କୋଟି ୪୦ ଲକ୍ଷ ୮୪ ହଜାର ୬୪୬ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍ ମାମଲା ୪ କୋଟି ୪୬ ଲକ୍ଷ ୩୮ ହଜାର ୬୩୬ରେ ପହଞ୍ଚିଛି । ଏହି ମହାମାରୀ ଯୋଗୁଁ ଦେଶରେ ଏଯାବତ୍ ୫ ଲକ୍ଷ ୨୮ ହଜାର ୯୫୩ ଲୋକ ପ୍ରାଣ ହରାଇଛନ୍ତି।

Comments are closed.