ଆଜି ଗୋବତ୍ସା ଦ୍ୱାଦଶୀ, ନିଃସନ୍ତାନ ଦମ୍ପତି ଏହି ବ୍ରତ ପାଳନ କଲେ ସୁପୁତ୍ର ପ୍ରାପ୍ତ ହୋଇଥାଏ

କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଗୋବତ୍ସା ଦ୍ୱାଦଶୀ ଉତ୍ସବ ପାଳନ କରାଯାଇଥାଏ । ଏହିଦିନ ଗାଈ ଓ ବାଛୁରୀଙ୍କ ପୂଜା କରାଯାଇଥାଏ । ଏହି ବ୍ରତରେ ପ୍ରଦୋଷବ୍ୟାପିନୀ ତିଥି ଗ୍ରହଣ କରାଯାଇ ଥାଏ । ଘରେ ଗାଈ କିମ୍ବା ବାଛୁରୀ ନଥିଲେ ଏହି ଦିନ ଓଦା ମାଟିରେ ଗାଈ ଏବଂ ବାଛୁରୀର ପ୍ରତିମା ଗଢ଼ି ପୂଜା କରିବାର ବିଧି ରହିଛି।ଏହିଦିନ ଗୋ- ଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସେବନ ବର୍ଜିତ ।

ଏକ ପୌରାଣିକ ଆଖ୍ୟାନ ଅନୁସାରେ ରାଜା ଉତ୍ତାନପାଦ ପୃଥିବୀରେ ପ୍ରଥମେ ଗୋବତ୍ସା ଦ୍ୱାଦଶୀବ୍ରତ ଆରମ୍ଭ କରିଥିଲେ। ତାଙ୍କ ପତ୍ନୀ ସୁନୀତି ଏହିବ୍ରତ କରିଥିଲେ। ଏହି ବ୍ରତ ପ୍ରଭାବ ରୁ ତାଙ୍କ କୋଳରୁ ଧ୍ରୁବ ଜନ୍ମନେଇଥିଲେ । ନିଃସନ୍ତାନ ଦମ୍ପତି ଏହିବ୍ରତ କରିବା ଉଚିତ୍‌।ଏହାଦ୍ୱାରା ସନ୍ତାନ ସୁଖମିଳିଥାଏ।ଏହିଦିନ ଗୋମାତାଙ୍କ ପ୍ରତି ଅଶେଷ କୃତଜ୍ଞତା ବ୍ୟକ୍ତକରି ତାଙ୍କର ପୂଜା କରାଯାଇଥାଏ । ଏହି ତିଥିରେ ଗୋପୂଜା କରୁଥିବା ବ୍ୟକ୍ତି ଭଗବାନ୍‌ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ କରିଥାଏ ।

ପୂଜାବିଧି:-ଏହିଦିନ ଗାଈ ଓ ବାଛୁରୀକୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଏ । ଏହାପରେ ଫୁଲ, ଧୂପ, ଦୀପ ଏବଂ ଚନ୍ଦନ ଆଦିର ତିଳକ ଦେଇ ଗୋମାତାଙ୍କୁ ପୂଜା କରାଯାଏ । ଗୋମାତା ଙ୍କ ଆରତୀ କରିବା ପରେ ତାଙ୍କୁ ଉତ୍ତମ ଭୋଜନ କରାଯାଏ । ଦିନରେ ଉପବାସ ରହିବା ପରେ ରାତ୍ରିର ବ୍ରତ ସମ୍ପନ୍ନ କରି ଭୋଜନ କରାଯାଏ ।

Comments are closed.