ବରଗଡ଼ ଧନୁଯାତ୍ରା: ବିଭିନ୍ନ ଭୂମିକାରେ ଅଭିନୟ ପାଇଁ କଳାକାରଙ୍କ ଫର୍ମ ଦାଖଲ ଜାରି, କଂସ ଭୂମିକା ପାଇଁ ରେସରେ ୧୦ରୁ ଅଧିକ କଳାକାର

ବରଗଡ – ଆସନ୍ତା ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି କଳାକାରମାନେ ଫର୍ମ ଦାଖଲ କରିଛନ୍ତି।

ପୂର୍ବତନ କଂସ ହୃଷୀକେଶ ଭୋଇ ଓ ଦୀର୍ଘ ୨୩ ବର୍ଷ ଧରି କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ବି ଫର୍ମ ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ବର ପ୍ରଧାନ ଫର୍ମ ଦାଖଲ କରିବେ ବୋଲି ଜଣାପଡିଛି । କଂସ ମହାରାଜ ଭୂମିକାରେ ଅଭିନୟ ପାଇଁ ଆଜି ସୁଦ୍ଧା ୧୩ ଜଣ, ମହାମନ୍ତ୍ରୀ ପାଇଁ ୩ , ମହାମନ୍ତ୍ରୀ ସାତ୍ୟକୀ ପାଇଁ ୪ , ଚାଣୁର ପାଇଁ ୫ , ମୁଷ୍ଟିକ ପାଇଁ ୨ , ଅକ୍ରୁର ପାଇଁ ୪, ଉଗ୍ରସେନ ପାଇଁ ୨ , ବସୁଦେବ ଚରିତ୍ର ପାଇଁ ୩ ଜଣ, ନାରଦ ଚରିତ୍ର ପାଇଁ ୪ ଜଣ କଳାକାର ଫର୍ମ ଦାଖଲ କରିଛନ୍ତି ।

Comments are closed.