ଆଦର୍ଶ ପଞ୍ଚାୟତ ଗଠନ ପାଇଁ ପଞ୍ଚାୟତିରାଜ ପ୍ରତିନିଧିଙ୍କ ପ୍ରଶିକ୍ଷଣ

ଝାରସୁଗୁଡ଼ା : ନବୀନ ସରକାର ଅମଳରେ ଗାଁର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ସରକାର ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ସମସ୍ତ ଯୋଜନାର ସଫଳ ରୂପାୟନ କରି ପ୍ରତି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ଉଦ୍ଦେଶ୍ୟରେ ଆଜି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କ 5 ଦିନିଆଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଝାରସୁଗୁଡ଼ା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବ।ହୀ ଅଧିକାରୀ ତପିରାମ ମାଝୀ ଯୋଗ ଦେଇ ସରପଞ୍ଚ ମାନଙ୍କ ଭୂମିକା ସଂପର୍କରେ ବିସ୍ତୃତ ଆଲୋକପାତ କରିଛନ୍ତି। ଏହାଛଡା ଆଦର୍ଶ ପଞ୍ଚାୟତ ଗଠନ ଦିଗରେ ନବ ନିର୍ବ।ଚିତ ସରପଞ୍ଚଙ୍କୁ ଦିଗଦର୍ଶନ ଦେବା ସହ ବ୍ରତୀ ହେବାକୁ ଆହ୍ବାନ ଦେଇଛନ୍ତି। ପାଞ୍ଚ ଦିବସୀୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଛି।

ଉଦଘାଟନୀ ଦିବସରେ ଝାରସୁଗୁଡ଼ା, କୋଲାବିରା ଏବଂ ଲଇକେରା ବ୍ଲକର ସରପଞ୍ଚମାନେ ଭାଗ ନେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରୀଶ ରଥ ଯୋଗ ଦେଇ ପ୍ରତି ପଞ୍ଚାୟତର ବିକାଶରେ ସରପଞ୍ଚ ମାନେ କିଭଳି ସକରାତ୍ମକ ଭୂମିକା ନିର୍ବାହ କରିବେ ସେନେଇ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପରିଷଦ ଯୋଜନା ପରିଚାଳକ (ପ୍ରଶିକ୍ଷଣ) ରୋମାନୀ ସାହୁ ପ୍ରଶିକ୍ଷଣର ମହତ୍ବ ଏବଂ ଦକ୍ଷତା ବିକାଶ ଦ୍ବାରା କିପରି ପଞ୍ଚାୟତକୁ ସଶକ୍ତ ଓ ସଂଗଠିତ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଶିକ୍ଷକ ଭାବେ ଗୋବର୍ଦ୍ଧନ ମହାନନ୍ଦ ଏବଂ ମମତା ତ୍ରିପାଠୀ ଯୋଗ ଦେଇଥିବା ବେଳେ ବିକ୍ରାନ୍ତ ପୂଜାରୀ ସଂଯୋଜନା କରିଥିଲେ।

Comments are closed.